Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୩୮୬୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫୮୩ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୨୨୭୮ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୮୯୨ରେ ପହଞ୍ଚଛି । ଏବେ ୩୦୯୧୯ଟି ମାମଲା ସକ୍ରିୟ ଥିବାବେଳେ ୯୬୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।ଆଜି ଅନୁଗୁଳରୁ ୧୨୦, ବାଲେଶ୍ୱରରୁ ୧୦୫, ବରଗଡରୁ ୧୭୬, ଭଦ୍ରକରୁ ୭୪, ବାଲଙ୍ଗୀରରୁ ୭୫, ବୌଦ୍ଧରୁ ୨୨, କଟକରୁ ୩୮୬, ଦେଓଗଡରୁ ୧୨, ଢେଙ୍କାନାଳରୁ ୭୪, ଗଜପତିରୁ ୧୪, ଗଞ୍ଜାମରୁ ୯୧, ଜଗତସିଂହପୁରରୁ ୮୬, ଯାଜପୁରରୁ ୨୮୫, ଝାରସୁଗୁଡାରୁ ୧୯୯, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୨୫, କେନ୍ଦ୍ରାପଡାରୁ ୮୩, କେନ୍ଦୁଝରରୁ ୬୬, ଖୋର୍ଧାରୁ ୭୬୭, କୋରାପୁଟରୁ ୮୬, ମାଲକାନଗିରିରୁ ୩୩, ମୟୁରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୪୪, ନୟାଗଡରୁ ୫୭, ନୂଆପଡାରୁ ୪୮, ପୁରୀରୁ ୨୦୦, ରାୟଗଡାରୁ ୧୫୩, ସମ୍ବଲପୁରରୁ ୭୭, ସୋନପୁରରୁ ୧୧୭, ସୁନ୍ଦରଗଡରୁ ୯୬ ଏବଂ ଷ୍ଟେଟ ପୁଲରୁ ୧୪୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here