Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୩୯୧୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫୬୫ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୨୩୪୮ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୮୦୭ରେ ପହଞ୍ଚିଥିବାବେଳେ ୧୧୫୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ୩୪୮୪୯ଟି ମାମଲା ସକ୍ରିୟ ରହିଛି । ଆଜି ଅନୁଗୁଳ ଜିଲ୍ଲାରୁ ୧୦୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୪ଜଣ, ବରଗଡ ଜିଲ୍ଲାରୁ ୧୪୬ଜଣ, ଭଦ୍ରକ ଜିଲ୍ଲାରୁ ୧୨୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪୨ଜଣ, ବୌଦ୍ଧ ଜିଲ୍ଲାରୁ ୬୧ଜଣ, କଟକ ଜିଲ୍ଲାରୁ ୩୮୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୫ଜଣ, ଗଜପତି ଜିଲ୍ଲାରୁ ୭୪ଜଣ, ଗଞ୍ଜାମ ଜିଲ୍ଲାରୁ ୮୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୮ଜଣ, ଯାଜପୁରରୁ ୧୨୮, ଝାରସୁଗୁଡାରୁ ୧୬୨, କଳାହାଣ୍ଡି ୬୦,କନ୍ଧମାଳ ୮୬, କେନ୍ଦ୍ରାପଡାରୁ ୧୫୬, କେନ୍ଦୁଝରରୁ ୭୬, ଖୋର୍ଧାରୁ ୫୫୬, କୋରାପୁଟରୁ ୧୦୦, ମାଲକାନଗିରିରୁ ୬୮, ମୟୁରଭଞ୍ଜରୁ ୧୪୭, ନବରଙ୍ଗପୁରରୁ ୧୧୨, ନୟାଗଡରୁ ୬୦, ନୂଆପଡାରୁ ୧୨୮, ପୁରୀରୁ ୨୧୨, ରାୟଗଡାରୁ ୯୮, ସମ୍ବଲପୁରରୁ ୧୪୧, ସୋନପୁରରୁ ୯୧, ସୁନ୍ଦରଗଡରୁ ୩୫, ଷ୍ଟେଟ ପୁଲରୁ ୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here