Spread the love

ଭୁବନେଶ୍ୱର
ଓଡିଶାରେ କରୋନା ସଂକ୍ରମଣ କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୬୩୭ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୨୩୫୯ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୪୩୧୧୭ରେ ପହଞ୍ଚିଛି । ଏବେ ୩୪୪୫୮ଟି ମାମଲା ସକ୍ରିୟ ଥିବାବେଳେ ୧୦୮୦୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଆଜି ଅନଗୁଳରୁ ୧୩୮, ବାଲେଶ୍ୱରରୁ ୨୦୯, ବରଗଡରୁ ୯୭, ଭଦ୍ରକରୁ ୧୧୨, ବଲାଙ୍ଗୀରରୁ ୧୨୪, ବୌଦ୍ଧରୁ ୩୯, କଟକରୁ ୩୫୪, ଦେଓଗଡରୁ ୧୦, ଢେଙ୍କାନାଳରୁ ୮୭, ଗଜପତିରୁ ୨୫, ଗଞ୍ଜାମରୁ ୮୯, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଝାରସୁଗୁଡାରୁ ୭୯, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୪୭, କେନ୍ଦ୍ରାପଡାରୁ ୧୩୦, କେନ୍ଦୁଝରରୁ ୬୦, ଖୋର୍ଧାରୁ ୬୦୬, କୋରାପୁଟରୁ ୯୩, ମାଲକାନଗିରିରୁ ୪୭, ମୟୁରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧, ନୟାଗଡରୁ ୭୭, ନୂଆପଡାରୁ ୧୦୩, ପୁରୀରୁ ୨୭୯, ରାୟଗଡାରୁ ୧୦୫, ସମ୍ବଲପୁର ଓ ସୋନପୁରରୁ ୯୧ ଲେଖାଏଁ, ସୁନ୍ଦରଗଡରୁ ୮୮ ଏବଂ ଷ୍ଟେଟ ପୁଲରୁ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here