Spread the love

ଭୁବନେଶ୍ୱର : କରୋନା ଅନୁଭୂତି ସମ୍ପର୍କିତ ଅଡିଓ ଭାଇରାଲ୍ ମାମଲା ପ୍ରସଙ୍ଗରେ ଆଜି ଓଟିଭିର ଡିଜିଟାଲ ଏଡ଼ିଟରଙ୍କୁ ଥାନାରେ ଜେରା କରାଯାଇଛି । କ୍ୟାପିଟାଲ ଥାନାରେ ଓଟିଭିର ଡିଜିଟାଲ ଏଡ଼ିଟର ଅମରେଶ ବିଶ୍ବାଳ ଙ୍କୁ ୪ଘଣ୍ଟା ଜେରା କରିଛି ପୋଲିସ୍ । ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପୋଲିସ ଜେରା କରିଥିବା ସୂଚନା ମିଳିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅମରେଶ ବିଶ୍ବାଳ ଥାନାରେ ହାଜର ହୋଇଥିଲେ। ଗତ ୧୭ତାରିଖରେ ଓଡ଼ିଶା ଟେଲିଭିଜନ କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଥିଲା । ଅନ୍ତରୀଣ ସୁରକ୍ଷା ଦେଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟ ନିର୍ଦ୍ଦେଶ ମୁତାବକ ଗତ ୨ଦିନ ହେଲାଣି ହାଜର ହେଉଛନ୍ତି ଅଧିକାରୀ । ଅନ୍ୟପଟେ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି ମଧ୍ୟ ହାଜର ହୋଇଛନ୍ତି ।ପୋଲିସ ଦେବେନ୍ଦ୍ରଙ୍କୁ ୧୯ ତାରିଖରେ ୫ ଘଣ୍ଟା ଓ ଗତକାଲି ୫ଘଣ୍ଟା ଜେରା କରିଥିଲା । ଘଟଣାରେ ପୂର୍ବରୁ ୨ଜଣ ସାଧାରଣ ଲୋକ ଗିରଫ ହୋଇ ଜାମିନ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here