Spread the love
ଭବାନୀପାଟଣା : ବୁଧବାର କନ୍ଧମାଳ-କଳାହାଣ୍ଡି ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ଏନକାଉଣ୍ଟର ହୋଇ ୪ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଓଡିଶା ପୁଲିସର ଏସଓଜି ଏବଂ ଡିଭିଏଫ ଯବାନ-ସିପିଆଇ ମାଓବାଦୀ ଭିତରେ ମୁହାଁମୁହିଁ ହେବା ପରେ ଏନକାଉଣ୍ଟର ପରିସ୍ଥିତି  ଆରମ୍ଭ ହୋଇଥିଲା।ଏଥିରେ ୪ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୯ରେ କାଲାହାଣ୍ଡି-କନ୍ଧମାଳ ସୀମାରେ ଏକ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନରେ ଏସଓଜି ଏବଂ ଡିଭିଏଫର ଦୁଇଟି ମିଳିତ ଦଳ ଅଂଶଗ୍ରହଣ କରିଥିଲେ। ଆଜି ଦିନ ପ୍ରାୟ ୧୧ଟା ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା | ଯାହା ପ୍ରାୟ ୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ୩୦ମିନିଟ ପରେ ୪ଜଣ ମାଓବାଦୀଙ୍କର ମୃତ୍ୟୁ ହେବା ସହ ଜ‌ଣେ ଏସଓଜି ଯବାନ ଆହତ ହୋଇଥିବା ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here