Shadow of sad man hanging suicide. light and shadow
Spread the love

ଚେନ୍ନାଇ
ଚଳିତ ସପ୍ତାହରେ ତାମିଲନାଡୁର ୪ ନିଟ(ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ) ଆତ୍ମହତ୍ୟା କରିଛନ୍ତି ।ଦେଶରେ କରୋନା ଭାଇରସ ମାମଲା ବଢି ଚାଳିଥିବାବେଳେ ଏହି ମେଡିକାଲ କୋର୍ସ ପାଇଁ ଇଣ୍ଟ୍ରାନ୍ସ ଟେଷ୍ଟ ହେଉଛି । ୩ ଜଣ ଛାତ୍ର ଆଦିତ୍ୟ, ଜ୍ୟୋତିଶ୍ରୀ ଏବଂ ବିଘ୍ନେଶ ଗତକାଲି ଆତ୍ମହତ୍ୟା କରିଛନ୍ତି ।ଧର୍ମପୁରୀର ଜଣେ ସ୍କ୍ରାପ ବ୍ୟବସାୟୀଙ୍କ ହେଉଛନ୍ତି ଆଦିତ୍ୟ । ସେ ଗତ ବର୍ଷ ନିଟ କ୍ଲିୟର କରିପାରିନଥିଲେ । ଗତ କାଲି ମୃତ ଅବସ୍ଥାରେ ତାଙ୍କୁ ଘରୁ ଉଦ୍ଧାର କରାଯାଇଛି । ସେହିପରି ଗତ ବର୍ଷ ନିଟର ୱେଟି ତାଲିକାରେ ଥିବା ଜଣେ ୧୯ ବର୍ଷୀୟ ଯୁବତୀ ଏବଂ ଗତ ବର୍ଷ ଘରୋଇ କଲେଜରେ ପଢିବାକୁ ଥିବା ଅରିୟାଲୁରର ଜଣେ କୃଷକଙ୍କ ପୁଅ ବିଘ୍ନେଶ ଆତ୍ମହତ୍‌୍ୟା କରିଥିବା ପୋଲିସ ୁପକ୍ଷରୁ କୁହାଯାଉଛି ।ଏହା ପୂର୍ବରୁ କରୋନା ଭାଇରସ ସ୍ଥିତିକୁ ଦେଖି ତାମିଲନାଡୁ ସରକାର ପରୀକ୍ଷାରେ ରିହାତି ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ ଏବଂ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଆଡମିଶନ କରିବାକୁ ଅନୁମତି ମାଗିଥିଲେ । ତେବେ କେନ୍ଦ୍ର ଏହାକୁ ଖାରଜ କରିଦେଇଥିଲା ।

LEAVE A REPLY

Please enter your comment!
Please enter your name here