Spread the love

ଭୁବନେଶ୍ୱର: କିଛିଦିନର ନୀରବତା ପରେ ରାଜଧାନୀରେ ପୁଣି ଦେଖାଦେଇଛି କରୋନା । ଆଜି ୪ ନୂଆ କରୋନା ରୋଗୀ ରାଜଧାନୀରେ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଏହି ୪ ଜଣଙ୍କ ମଧ୍ୟରେ ଜଣେ କଳିଙ୍ଗବିହାର ସାମିଲ ଅଛନ୍ତି । ସେ ପୂର୍ବ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ହୋମ କ୍ୱାରେଣ୍ଟାଇନରେ ଥିଲେ । ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପାତ୍ରପଡା ଆଇଗିଣିଆ ଅଞ୍ଚଳରୁ ଜଣେ, ଭୁବନେଶ୍ୱର ଏମ୍ସରେ କାର୍ଯ୍ୟ କରୁଥିବା ଜଣେ ଲୋକ ଏବଂ ଡୁମଡୁମାରୁ ଜଣେ ସାମିଲ ଅଛନ୍ତି । ସେ କଳିଙ୍ଗ ବିହାରର ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏବେ ସେମାନଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛିି ।

LEAVE A REPLY

Please enter your comment!
Please enter your name here