Spread the love

ଚେନ୍ନାଇ: ଋଷରେ ଡାକ୍ତରୀ ପଢୁଥିବା ତାମିଲନାଡ଼ୁର ୪ ଜଣ ଛାତ୍ର ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ଭଲଗୋଗ୍ରାଡ଼ରେ ଡାକ୍ତରୀ ପାଠ ପଢ଼ୁଥିବା ତାମିଲନାଡ଼ୁର ୪ ଛାତ୍ର ମହମ୍ମଦ ରଫି ଅହମ୍ମଦ, ରାମୁ ବିଘ୍ନେଶ, ଲିବାକୁ ଷ୍ଟିଫାନ ଓ ଆନନ୍ଦନ ମନୋଜ ଭୋଲଗା ଦନୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ନଦୀକୁ ଗଧୋଇବାକୁ ଯାଇଥିଲା ବେଳେ ସେମାନେ ବୁଡ଼ିଯାଇଥିଲେ । ସେମାନଙ୍କ ମୃତ ଦେହ ତାମିଲନାଡ଼ୁ ଅଣାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗତ ୯ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here