Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ରେକର୍ଡ ୪୧୯୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭୨୨ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୨୪୭୬ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୫୫୦୦୫ରେ ପହଞ୍ଚିଛି । ଏବେ ୩୫୬୭୩ଟି ମାମଲା ସକ୍ରିୟ ଥିବାବେଳେ ୧୧୮୬୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଆଜି ଅନୁଗୁଳରୁ ୧୦୮, ବାଲେଶ୍ୱରରୁ ୧୩୦, ବରଗଡରୁ ୯୫, ଭଦ୍ରକରୁ ୫୩, ବଲାଙ୍ଗୀରରୁ ୧୯୭, ବୌଦ୍ଧରୁ ୧୯, କଟକରୁ ୩୬୭, ଦେଓଗଡରୁ ୩୪, ଢେଙ୍କାନାଳରୁ ୮୦, ଗଜପତିରୁ ୧୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୫୬, ଝାରସୁଗୁଡାରୁ ୯୫, କଳାହାଣ୍ଡିରୁ ୯୩, କନ୍ଧମାଳରୁ ୭୮, କେନ୍ଦ୍ରାପଡାରୁ ୧୪୩, କେନ୍ଦୁଝରର୬୩, ଖୋର୍ଧାରୁ ୭୫୮, କୋରାପୁଟରୁ ୯୯, ମାଲକାନଗିରିରୁ ୨୨, ମୟୁରଭଞ୍ଜରୁ ୧୩୩, ନବରଙ୍ଗପୁରରୁ ୯୮, ନୟାଗଡରୁ ୪୩, ନୂଆପଡାରୁ ୧୧୬, ପୁରୀରୁ ୩୧୦, ରାୟଗଡାରୁ ୧୩୬, ସମ୍ବଲପୁରରୁ ୧୩୦, ସୋନପୁରରୁ ୭୪, ସୁନ୍ଦରଗଡରୁ ୧୯୫, ଷ୍ଟେଟ ପୁଲରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here