Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭୩୯ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ଏହା ସହିତ ସଙ୍ଗରୋଧରୁ ୨୫୦୨ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏବେ ମୋଟ ମାମଲା ୧୬୭୧୬୧କୁ ବୃଦ୍ଧି ପାଇଛି । ବର୍ତ୍ତମାନ ୩୬୫୮୦ଟି ମାମଲା ସକ୍ରିୟ ଥିବାବେଳେ ୧୨୯୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ଅନୁଗୁଳରୁ ୮୪, ବାଲେଶ୍ୱରରୁ ୧୪୧, ବରଗଡରୁ ୧୪୯, ଭଦ୍ରକରୁ ୭୨, ବଲ।।ଙ୍ଗୀରରୁ ୪୪, ବୌଦ୍ଧରୁ ୯୪, କଟକରୁ ୩୮୯, ଦେଓଗଡରୁ ୬, ଢେଙ୍କାନାଳରୁ ୮୬, ଗଜପତିରୁ ୨୩, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୫୦, ଝାରସୁଗୁଡାରୁ ୧୧୧, କଳାହାଣ୍ଡିରୁ ୧୧୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡାରୁ ୧୦୩, କେନ୍ଦୁଝରରୁ ୭୭, ଖୋର୍ଧାରୁ ୬୪୭, କୋରାପୁଟରୁ ୯୮, ମାଲକାନଗିରିରୁ ୨୮, ମୟୁରଭଞ୍ଜରୁ ୧୪୭, ନବରଙ୍ଗପୁରରୁ ୧୦୭, ନୟାଗଡରୁ ୯୪, ନୂଆପାଡରୁ ୯୯, ପୁରୀରୁ ୨୯୧, ରାୟଗଡାରୁ ୬୬, ସମ୍ବଲପୁରରୁ ୯୧, ସୋନପୁରରୁ ୧୨୯, ସୁନ୍ଦରଗଡରୁ ୧୫୪ ଏବଂ ଷ୍ଟେଟ ପୁଲରୁ ୩୩୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here