Spread the love

ୱାଶିଂଟନ: ଚାଇନିଜ ଆପ ଟିକଟକକୁ ନେଇ ଦିନକୁ ଦିନ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଇଛନ୍ତି। ୪୫ ଦିନ ମଧ୍ୟରେ ଟିକଟକ ସହ ଡିଲ ଫାଇନାଲ କରିବାକୁ ସେ କହିଛନ୍ତି । ପୂର୍ବରୁ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଆମେରିକାରେ ବନ୍ଦ କରିବାକୁ ଚାହୁଁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟିକଟକର ଲୋକପ୍ରିୟତା ଅଧିକ ଥିବାରୁ ଏହାକୁ ମାଇକ୍ରୋସଫ୍ଟ ଚାଇନିଜ କମ୍ପାନୀ ବାଇଟ ଡ୍ୟାନ୍ସ ଠାରୁ କିଣିବାକୁ ଚାହୁଁଛି।ସେପଟେ ସେପ୍ଟେମ୍ବର ୧୫ ସୁଦ୍ଧା ଏହି ଡିଲ୍ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here