Spread the love

ଭୁୁବନେଶ୍ୱର : ଦୌତ୍ୟ ନଗରୀର ସ୍ଥିତି ଏବେ ସଂଙ୍କଟାପନ୍ନ ହୋଇ ପଡ଼ିଛି । ଲଗାତର ପ୍ରତିଦିନ ୩ଶହରୁ ଅଧିକ ରୋଗୀ ବାହାରୁଥିବାରୁ ପରିସ୍ଥିତି ସଂଗୀନ ହୋଇ ପଡ଼ିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୪୮୦ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଓ କଟକ ସହରର କୌଣସି କୋଭିଡ଼ ସେଣ୍ଟରରେ ଗୋଟିଏ ହେଲେ ବି ଆଇ.ସି.ୟୁ ବେଡ଼ ନଥିବା ଜଣାପଡ଼ିଛି । ଲୋକଙ୍କ ଦୁର୍ଦ୍ଦଶା ଏମିତି ଯେ, କଣ କରିବେ କିଛି ଭାବିପାରୁନାହାନ୍ତି । ଆମେରିକା, ସ୍ପେନ ଓ ଇଟାଲି ଭଳି ପରିସ୍ଥିତି ଏବେ ଓଡ଼ିଶାରେ ସୃଷ୍ଟି ହୋଇଛି । ଅଧିକାଂଶ ରୋଗୀଙ୍କୁ ଏବେ ଘରୋଇ ସଙ୍ଗରୋଧରେ ରଖାଯାଉଛି । ସର୍ବଶ୍ରେଷ୍ଠ ଚିକିତ୍ସା ଅଶ୍ୱିନୀ କୋଭିଡ଼ ସେଣ୍ଟରରେ କରାଯାଉଥିବା ବହୁ ରୋଗୀ ଭଲ ହେବାପରେ ପ୍ରକାଶ କରିଛନ୍ତି । ଅଶ୍ୱିନୀ ଛଡ଼ା ଅନ୍ୟ ସମସ୍ତ କୋଭିଡ଼ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରର କେଉଁ ଅଞ୍ଚ ଳରୁ କେତେ ରୋଗୀ ବାହାରିଛନ୍ତି ସେନେଇ ବିସୃତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

LEAVE A REPLY

Please enter your comment!
Please enter your name here