Spread the love

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିଲା ବେଳେ ଆଜି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମସଜିଦ ନିର୍ମାଣ ପାଇଁ ସରକାର ୫ ଏକର ଜମି ମସଜିଦ ଟ୍ରଷ୍ଟକୁ ଦେଇଛନ୍ତି । ଅଯୋଧ୍ୟା ଜିଲ୍ଲାପାଳ ଅନୁଜ କୁମାର ଝା ଆଜି ସୁନ୍ନି ୱାକଫ ବୋର୍ଡକୁ ଜମି ସମ୍ପର୍କିତ କାଗଜପତ୍ର ହସ୍ତାନ୍ତର କରିଛନ୍ତି । ଏଥିପାଇଁ ୱାକଫ ବୋର୍ଡ ପକ୍ଷରୁ ଇଣ୍ଡୋ ଇସଲାମ କଲଚରାଲ ଫାଉଣ୍ଡେସନ(ଆଇଆଇସିଏଫ) ନାମକ ଟ୍ରଷ୍ଟ ଗଠନ କରାଇଛି । ଏପରି ଟ୍ରଷ୍ଟ ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଆଜି ଅଯୋଧ୍ୟା ଜିଲ୍ଲାପାଳଙ୍କୁ ଟ୍ରଷ୍ଟର ସଦସ୍ୟ ମାନେ ତାଙ୍କ ବାସଭବନରେ ଭେଟିଥିଲେ । ଫଇଜାବାଦ ଜିଲ୍ଲାର ଧନୀପୁର ଗ୍ରାମରେ ଏହି ମସଜିଦ ନିର୍ମାଣ କରାଯିବ । ଜିଲ୍ଲାପାଳ ଟ୍ରଷ୍ଟକୁ ଜମିର ମାଲିକାନା ସମ୍ପର୍କିତ କାଗଜପତ୍ର ହସ୍ତାନ୍ତର କରିଛନ୍ତି । ପ୍ରତିନିଧି ଦଳରେ ୱାକଫ ବୋର୍ଡର ସଭାପତି ଜାଫର ଫାରୁକି ଓ ମୁଖ୍ୟ ନିର୍ବାହୀ ଅଧିକାରୀ ସୟଦ ମହମ୍ମଦ ସୋଇବ ସାମିଲ ହୋଇଥିଲେ । ସୋଇବ ଆଇଆଇସିଏଫର ସଦସ୍ୟ ମଧ୍ୟ ଅଛନ୍ତି । କିଛି ଦିନ ମଧ୍ୟରେ ଆଇଆଇସିଏଫର ବୈଠକ ଅନୁଷ୍ଠିତ ହୋଇ ମସଜିଦ ନିର୍ମାଣ ପାଇଁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସୋଇବ କହିଛନ୍ତି । ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ବାବ୍ରୀ ମସଜିଦ ବଦଳରେ ଅଯୋଧ୍ୟାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନୂଆ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ସୁନ୍ନି ୱାକଫ ବୋର୍ଡକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଫେବୃୟାରୀରେ ରାଜ୍ୟ ସରକାର ରାମ ଜନ୍ମଭୂମୀ ଠାରୁ ୨୫ କିଲୋମିଟର ଦୁର ଧନୀପୁର ଗ୍ରାମରେ ଜମି ଚିହ୍ନଟ କରି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here