Spread the love

ଭୁବନେଶ୍ୱର
ଆଜି ରାଜଧାନୀ ଭୁବନେଶ୍ୱରରୁ ୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦିଲ୍ଲୀରୁ ଫେରି ଘରେ ସଙ୍ଗରୋଧରେ ଥିବା ଜଣେ ରେଳ କର୍ମଚାରୀ ସାମିଲ ଅଛନ୍ତି । ସେହିପରି ଅନ୍ୟ ୫ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ସିରିପୁର ଲକ୍ଷ୍ମୀ ବଜାର ବସ୍ତିରୁ ୩,୧୫ ଏବଂ ୬୦ ବର୍ଷର ୩ ମହିଳାଙ୍କ ସମେତ ଜଣେ ୧୫ ବର୍ଷୀୟ ବାଳକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେହିପରି ବମିଖାଲ କେନାଲ ରୋଡର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ୧୩ ବର୍ଷର ବାଳକ ଏବଂ ଚନ୍ଦ୍ରଶେଖରପୁର ବିଡିଏ କଲୋନାର ଜଣେ ୩୨ ବର୍ଷୀୟ ପୁରୁଷ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଜି ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ରେ ପହଞ୍ଚି ଥିିବାବେଳେ ୧୩୦ଟି ମାମଲା ସକ୍ରିିୟ ରହିିଛି । ସେହିପରି ୧୮୫ ଜଣ ସୁସ୍ଥ ହୋଇଥିବାବେଳେ ୪ ଜଣ ମୃତ୍ୟୁବରଣ କରିଛନ୍ତି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here