Spread the love

ନୂଆଦିଲ୍ଲୀ
ଉତ୍ତରପ୍ରଦେଶର ବାଗପତରେ ବିଷାକ୍ତ ମଦ ପିଇବା ଯୋଗୁଁ ଗତ ୨୪ ଘଣ୍ଟାରେ ୫ ଜଣ ଲୋକ ମୃତ୍ୟୁବରଣ କଲେଣି । ଏହି ମାମଲା ଚାନ୍ଦିନଗର ଥାନା ଅନ୍ତର୍ଗତ ଚମରାବଲ ଗ୍ରାମରେ ଏହି ଘଟଣା ଘଟିଛି । କିଛି ଗ୍ରାମବାସୀ ସରାକାରୀ ମଦ ଦୋକାନରୁ ମଦ କିଣିଥିଲେ । ଏହି ବିଷାକ୍ତ ମଦ ପିଇବା କାରଣରୁ ଆଜି ସକାଳେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ବିଷାକ୍ତ ମଦ ପିଇବାରୁ ଗୁରୁବାର ସକାଳେ ଶ୍ୟାମଲାଲଙ୍କ ମୃତ୍ୟୁ ହୋଇଯାଇଛି । ଏହି ମାମଲାରେ ଅନେକ ଚୋରା ମଦ ଚାଲାଣକାରୀଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here