Spread the love

ଅଯୋଧ୍ୟା: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମୀ ପୂଜନ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିରାପତ୍ତା ନିୟମାବଳୀ ଜାରି କରାଯାଇଛି । ଉତ୍ସବ ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚରେ ମାତ୍ର ୫ ଜଣ ଅତିଥି ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ଓ ମହନ୍ତ ନୃତ୍ୟଗୋପାଳ ଦାସ ମଞ୍ଚରେ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି । ଏହି ଉତ୍ସବକୁ ୧୭୫ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି । ଭୂମୀ ପୂଜନ ଉତ୍ସବ ଅପରାହ୍ନ ୨ଟା ଯାଏ ଚାଲିବ ।

LEAVE A REPLY

Please enter your comment!
Please enter your name here