Spread the love

ଭୁବନେଶ୍ୱର: ରାଜ୍ୟରେ କରୋନା ପରୀକ୍ଷା ସଂଖ୍ୟା ବଢାଇବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଦିନକୁ ରାଜ୍ୟରେ ୧ ଲକ୍ଷ ପରୀକ୍ଷା କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଅଗଷ୍ଟ ୨୦ ସୁଦ୍ଧା ଦିନକୁ ୫୦ ହଜାର ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ପରେ ଏହାକୁ ୧ ଲକ୍ଷ କରାଯିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ.ଅଜୟ ପରିଡା ବୁଧବାର ସୂଚନା ଦେଇଛନ୍ତି । ଡ. ପରିଡା କହିଛନ୍ତି, ରାଜ୍ୟରେ ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି । ଏହାସହ କରୋନା ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ୪ଟି ଜିଲ୍ଲାକୁ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖୋର୍ଦ୍ଧା ,ସୁନ୍ଦରଗଡ଼ ,କଟକ ଓ ଯାଜପୁରକୁ ଅଧିକ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷଣ ଦେଖିଲେ ଟେଷ୍ଟ୍‌ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here