Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୭୧୫୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦୫୯ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୩୪୪୭୪କୁ ଏବଂ ମୃତ୍ୟୁସଂଖ୍ୟା ୫୯୪୪୯କୁ ବୃଦ୍ଧି ପାଇଛି । ଏବେ ୭୦୭୨୬୭ଟି ମାମଲା ସକ୍ରିୟ ଥିବାବେଳେ ୨୪୬୭୭୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏହି ସମୟରେ ୬୩୧୭୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ମହାରାଷ୍ଟ୍ରରେ ୭୦୩୮୨୩ ଆକ୍ରାନ୍ତ ଏବଂ ୨୨୭୯୪ ମୃତ, ତାମିଲନାଡୁରେ ୩୯୧୩୦୩ ଏବଂ ୬୭୨୧, ଆନ୍ଧ୍ରରେ ୩୬୧୭୧୨ ଏବଂ ୩୪୬୦, କର୍ଣାଟକରେ ୨୯୧୮୨୬ ଏବଂ ୪୯୫୮, ଉତ୍ତରପ୍ରଦେଶରେ ୧୯୭୩୮୮ ଏବଂ ୩୦୫୯, ଦିଲ୍ଲୀରେ ୧୬୪୦୭୧ ଆକ୍ରାନ୍ତ ଏବଂ ୪୩୩୦ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here