Spread the love

କଟକ: ବାଦାମବାଡ଼ି ବସଷ୍ଟାଣ୍ଡ ଅଂଚଳରେଦାଦାବଟି ଆଦାୟ ଅଭିଯୋଗରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ଡିହ ସାହିର ଅନିଲ ନାୟକ (୨୫), ଶଙ୍କରପୁର ଉପରସାହିର ଦେବରାଜ ସେଠୀ (୪୧), ସଂଜୟ ନାୟକ (୪୪), ପାନିଆପଣ୍ଡାର ଜିତେନ୍ଦ୍ର ରାଉତ (୩୮), ବାରିକ ସାହିର ଅନୁପ କୁମାର ବାରିକ (୩୧), ଡିହସାହିର ସଚ୍ଚିଦାନନ୍ଦ ରାଉତ (୩୮) ଓ ଉପରସାହିର କଳାନିଧି ଖୁଣ୍ଟିଆ (୪୨) ।ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା  ସାଢ଼େ ୭ଟାରେ  ଅଭିଯୁକ୍ତମାନେ ବାଦାମବାଡ଼ି ବସଷ୍ଟାଣ୍ଡରେ ବେଆଇନ ଦାଦାବଟି ସଂଗ୍ରହ କରୁଥିଲେ । ସେମାନେ ସ୍ଥାନୀୟ ଅଂଚଳର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ବସ ମାଲିକ, କଣ୍ଡକ୍ଟର, ଡ୍ରାଇଭର, ହେଲପରଙ୍କୁ ଭୟଭୀତ କରାଇ ଏହି ବେଆଇନ ଦାଦାବଟି ଅସୁଲି କରୁଥିଲେ । ଜଣଙ୍କ ଠାରୁ ୨୦୦ ରୁ ୪୦୦ ଟଙ୍କା ଅସୁଲି କରୁଥିବା ନେଇ ବାଦାମବାଡ଼ି ପୁଲିସ ଥାନାକୁ  ସୂଚନା ମିଳିଥିଲା । ଏହା ପରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କର ଠାରୁ ୯ ହଜାର ୮୪୦ ଟଙ୍କା ଜବତ କରିଥିଲା

LEAVE A REPLY

Please enter your comment!
Please enter your name here