Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିିଛି । ସେମାନଙ୍କ ମଧ୍ୟରେ ସମ୍ବଲପୁରରୁ ୩ ଜଣ, ବରଗଡରୁ ୨ ଜଣ, ଭଦ୍ରକ, ସମ୍ବଲପୁର ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୪୪୮ରେ ପହଞ୍ଚିଛି । ଆଜି ସମ୍ବଲପୁରରୁ ଜଣେ ୬୦ ବର୍ଷୀୟ ମହିଳା, ସମ୍ବଲପୁରରୁ ଜଣେ ୫୮ ବର୍ଷୀୟ ପୁରୁଷ, ଭୁବନେଶ୍ୱରରୁ ଜଣେ ୬୨ ବର୍ଷୀୟ ବୃଦ୍ଧା, ବରଗଡରୁ ଜଣେ ୭୬ ବର୍ଷୀୟ ବୃଦ୍ଧା ଓ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସେହିପରି ସମ୍ବଲପୁରରୁ ୭୫ ଏବଂ ୫୮ ବର୍ଷୀୟ ୨ ପୁରୁଷ ଏବଂ ୬୦ ବର୍ଷୀୟ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here