Spread the love

ଆଲାସ୍କା
ଆଲାସ୍କାରେ ଶୁକ୍ରବାର ୨ ବିମାନ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ଜଣେ ବିଧାୟକ ମଧ୍ୟ ସାମିଲ ଅଛନ୍ତି । ସେ ଗୋଟିଏ ବିମାନ ଚଳାଉ ଥିଲେ । କେନାଇ ଉପଦ୍ୱୀପର ସୋଲ୍ଡୋନା ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘିଟିଛି । ଏହି ଘଟଣାରେ ୨ ବିମାନରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଆଲାସ୍କା ସୈନ୍ୟ ବାହିନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୋଟିଏ ପ୍ଲେନରେ ରାଜ୍ୟ ପ୍ରତିନିଧି ଗେରି କୋନାପ ଥିବାବେଳେ ଅନ୍ୟଟିରେ ୪ ଯାତ୍ରୀଙ୍କ ସମେତ କାନସାସର ଜଣେ ଗାଇଡ ଏବଂ ସୋଲ୍ଡୋନାର ଜଣେ ପାଇଲଟ ସାମିଲ ଥିଲେ । ଏହି ଘଟଣାରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଜଣଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା । ଏହି ବିମାନର ଭଗ୍ନବଶେଷ ରାଜପଥ ଉପରେ ପଡିବାରୁ ସୁରକ୍ଷା ଦୃଷ୍ଟିରୁ ରାସ୍ତାକୁ ବନ୍ଦ କରିଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here