Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ୭୫୮୦୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବେ ମୋଟ ମୃତ୍ୟୁ ସଂଖ୍ୟା ୭୨୭୭୫କୁ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୦୪୨୩ ଛୁଇଁଛି । ସେହିପରି ମୃତ୍ୟୁ ହାର ୧.୭୦ ପ୍ରତିଶତ ରହିଛି । ବର୍ତ୍ତମାନ ୮୮୩୬୯୭ଟି ମାମଲା ସକ୍ରିୟ ଥିବାବେଳେ ୩୩୨୩୯୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିନକରେ ରେକର୍ଡ ୭୩୫୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁସ୍ଥ ହାର ବୃଦ୍ଧି ପାଇ ୭୭.୬୫ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here