Spread the love

ନୂଆଦିଲ୍ଲୀ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୭୮୩୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୪୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ପାର କରି ୩୭୬୯୫୨୪ରେ ଏବଂ ମୃତ୍ୟୁ ସଂଖ୍ୟା ୬୬୩୩୩ ଛୁଇଁଛି । ଏବେ ୮୦୧୨୮୨ଟି ମାମଲା ସକ୍ରିୟ ଥିବାବେଳେ ୨୯୦୧୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିନକରେ ୬୨୦୨୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏବେ ସୁଦ୍ଧା ମହାରାଷ୍ଟ୍ରରେ ୮୦୮୩୦୬ ଆକ୍ରାନ୍ତ ଏବଂ ୨୪୯୦୩ ଜଣଙ୍କ ମୃତ୍ୟୁ, ଆନ୍ଧ୍ରରେ ୪୪୫୧୩୯ ଏବଂ ୪୦୫୩, ତାମିଲନାଡୁରେ ୭୪୧୮, କର୍ଣାଟକରେ ୩୫୧୪୮୧ ଏବଂ ୫୮୩୭, ଉତ୍ତରପ୍ରଦେଶରେ ୨୩୫୭୫୭ ଏବଂ ୩୫୪୨, ଦିଲ୍ଲୀରେ ୧୭୭୦୬୦ ଏବଂ ୪୪୬୨, ପଶ୍ଚିମବଙ୍ଗରେ ୧୬୫୭୨୧ ଏବଂ ୩୨୮୩, ବିହାରରେ ୧୩୮୩୪୯ ଆକ୍ରାନ୍ତ ଏବଂ ୩୨୮୩ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here