Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱର, ଗଞ୍ଜାମରୁ ୨ ଲେଖାଏଁ, ବଲାଙ୍ଗୀର,ରାୟଗଡା, ଭଦ୍ରକ ଏବଂ ବରଗଡର ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୪୪୮ରେ ପହଞ୍ଚିଛି । ଆଜି ବରଗଡରୁ ଜଣେ ୬୧ ବର୍ଷୀୟ ମହିଳା, ଭଦ୍ରକରୁ ଜଣେ ୬୨ ବର୍ଷୀୟ ପୁରୁଷ, ବଲାଙ୍ଗୀରର ଜଣେ ୪୦ ବର୍ଷୀୟ ପୁରୁଷ ଏବଂ ରାୟଗଡାରୁ ଜଣେ ପୁରୁଷ(୬୦)ଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଗଞ୍ଜାମର ୫୫ ବର୍ଷୀୟ ମହିଳା ଏବଂ ୪୫ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ଜଣେ ୫୬ ଓ ୬୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯଇଛିି ।

LEAVE A REPLY

Please enter your comment!
Please enter your name here