Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ବୌଦ୍ଧର ଜଣେ ୬୫ ବର୍ଷୀୟ ବୃଦ୍ଧ, କଟକର ୫୦ ଓ ୪୫ ବର୍ଷୀୟ ୨ ପୁରୁଷ ଏବଂ ୪୫ ବର୍ଷୀୟ ଜଣେ ମହିଳା ସାମିଲ ଅଛନ୍ତି । ଏହା ସହିତ କନ୍ଧମାଳର ଜଣେ ୫୫ ବର୍ଷୀୟ ପୁରୁଷ,ରାୟଗଡାର ଜଣେ ୫୦ ବର୍ଷୀୟ ପୁରୁଷ, ସମ୍ବଲପୁର ଓ ସୁବର୍ଣପୁରର ୫୧ ଓ ୭୦ ବର୍ଷୀୟ ଦୁଇ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏହା ସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ୬୪୫ରେ ପହଞ୍ଚି ଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here