Spread the love

ଭୁବନେଶ୍ୱର : ରାଜ୍ୟରେ ପୁଣି ୮ଜଣଙ୍କର କୋଭିଡ଼-୧୯ରେ ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ ଜଣେ ୪୮ ବର୍ଷ ବୟସ୍କ ପୁରୁଷଙ୍କର କୋଭିଡ଼-୧୯ରେ ମୃତ୍ୟୁ ହୋଇଥିବା ବେଳେ ସମ ବୟସର ଆଉ ଜଣେ ଗଞ୍ଜାମ ଜିଲ୍ଲା ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧିନ ଥିବା ବେଳେ ମୃତ୍ୟୁ ହୋଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରୁ ଅନ୍ୟଜଣେ ୪୫ବର୍ଷର ପୁରୁଷ ଙ୍କ ସହ ୫୬ବର୍ଷ ଓ ୭୮ବର୍ଷର ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ କୋରାପୁଟରେ ଜଣେ ୪୯ ବର୍ଷ ବୟସ୍କ ମହିଳାଙ୍କର କୋଭିଡ଼-୧୯ରେ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ଜଣେ ୩୮ ବର୍ଷର ପୁରୁଷ, ଏବଂ ସୁନ୍ଦରଗଡ଼ର ଜଣେ ୮୦ ବର୍ଷର ପୁରୁଷଙ୍କର ମଧ୍ୟ ଏହି ରୋଗରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here