Spread the love

ଭୁବନେଶ୍ୱର: ଆଜି ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ସମ୍ବଲପୁରର୪ ଜଣ, କଟକର ୨ ଜଣ, ଗଞ୍ଜାମ, କେନ୍ଦୁଝର ଏବଂ କଟକରୁ ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୩୩୩ରେ ପହଞ୍ଚିଛି । ଆଜି କଟକରୁ ୬୦ ଏବଂ ୭୦ ବର୍ଷୀୟ ଦୁଇ ଜଣେ ପୁରୁଷ, ଗଞ୍ଜାମର ଜଣେ ୫୩ ବର୍ଷୀୟ ପୁରୁଷ, କେନ୍ଦୁଝରର ଜଣେ ୫୮ ବର୍ଷୀୟ ପୁରୁଷ ଏବଂ ନୟାଗଡର ଜଣେ ୭୫ ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ସମ୍ବଲପୁରର ଜଣେ ୬୫ ବର୍ଷୀୟ ବୃଦ୍ଧା ଏବଂ ୭୪ ଓ ୭୮ ବର୍ଷୀୟ ଦୁଇ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here