Spread the love

ଭୁୁବନେଶ୍ୱର
ଆଜି ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ବଲାଙ୍ଗୀରର ଜଣେ ୧୮ ବର୍ଷୀୟ ଯୁବକ ଓ ୭୫ ବର୍ଷୀୟ ବୃଦ୍ଧ ସାମିଲ ଅଛନ୍ତି । ଏହା ସହିତ ଭୁୁବନେଶ୍ୱର ଜଣେ ୯୦ ବର୍ଷୀୟ ବୃଦ୍ଧ, କଟକରୁ ୫୦ ବର୍ଷୀୟ ପୁରୁଷ ଏବଂ ୬୭ ବର୍ଷୀୟ ବୃଦ୍ଧା, ଗଞ୍ଜାମରୁ ୭୦ ଓ ୫୦ ବର୍ଷୀୟ ୨ ପୁରୁଷ, ଖୋର୍ଧାରୁ ଜଣେ ପୁରୁଷ(୬୭) ଏବଂ ରାୟଗଡାର ଜଣେ ୫୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here