Spread the love

ନୂଆଦିଲ୍ଲୀ
ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ମୁତୟନ ଥିବା ୯ ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେ ଲାଲୁଙ୍କୁ ରାଞ୍ଚି ରିମ୍ସର ଜଣେ ଡାକ୍ତରଙ୍କ ବଙ୍ଗଳାରେ ରଖାଯାଇଛି । ଏହି ଯବାନମାନେ ବଙ୍ଗଳା ବାହାରେ ମୁତୟନ ହୋଇଥିଲେ । ବର୍ତ୍ତମାନ ସେମାନଙ୍କୁ ମେଡିକାଲ ପଠାଯାଇଛି ବୋଲି ରିମ୍ସର ଅଧ୍ୟକ୍ଷ କହିଛନ୍ତି । ଏ ନେଇ ରାଞ୍ଚିର ଜିଲ୍ଲା ଅଧିକାରୀଙ୍କୁ ରିପୋର୍ଟ ପଠାଇ ଦିଆଯାଇଛି । ଲାଲୁଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ଲାଗି ବିହୀତ ପଦକ୍ଷେପ ଗ୍ରହଣ କରାଯାଉଛି । ସୂଚନାଯୋଗ୍ୟ ଯେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଗତ ୫ ତାରିଖରେ ମେଡିକାଲରୁ ଜଣେ ଡାକ୍ତରଙ୍କ ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here