Spread the love

ବେଜିଂ: ଦେଶରେ ଧିରେ ଧିରେ ସ୍ଥିତି ସୁଧାରୁଛି କରୋନା । କିନ୍ତୁ ଏବେ ଏକ ନୂଆ ବିପଦ ସାମ୍ନାକୁ ଆସୁଥିବା ଜାଣିବାକୁ ମିଳିଛି । ଚୀନର ଉହାନ ସହରରୁ ଆସୁଛି ଏକ ବଡ଼ ଖବର । ଉହାନ ସହରରେ କରୋନାରୁ ସୁସ୍ଥ ହୋଇଥିବା ପ୍ରାୟ ୯୦% ରୋଗୀ ଫୁସଫୁସ ଜନିତ ରୋଗର ଶିକାର ହେଉଛନ୍ତି । କରୋନା ଭୁତାଣୁ ଆକ୍ରାନ୍ତ ରୋଗୀଙ୍କ ଫୁସଫୁସରେ କ୍ଷତି ଘଟାଇଛି । ସେମାନଙ୍କ ମଧ୍ୟରୁ ୫% ଏବେ ପୁନର୍ବାର ଫୁସଫୁସ୍ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି । ଉହାନ ବିଶ୍ୱବିଦ୍ୟାଳୟର ଜୋଙ୍ଗନାନ ହସ୍ପିଟାଲର ଏକ ଟିମ୍ ଏପ୍ରିଲରୁ କରୋନାରୁ ସୁସ୍ଥ ହୋଇଥିବା ୧୦୦ ରୋଗୀଙ୍କ ଉପରେ ଅନୁସନ୍ଧାନ କରିଆସୁଛନ୍ତି।  ପ୍ରଥମ ପର୍ଯ୍ୟାୟରେ ଗବେଷକମାନେ ୯୦% ରୋଗୀଙ୍କ ଫୁସଫୁସ କ୍ଷତିଗ୍ରସ୍ତ ଅବସ୍ଥାରେ ଅଛି ବୋଲି ରିପୋର୍ଟ ଦେଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଫୁସଫୁସ ଏବଂ ନିଶ୍ଵାସ-ପ୍ରଶ୍ଵାସ ପ୍ରାୟ ଦୀର୍ଘ ୩ମାସ ପରେ ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରୁନଥିବା ସେ ରିପୋର୍ଟ ରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here