Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ନୂଆ ରେକର୍ଡ ପ୍ରତିଷ୍ଠା କରିବାରା ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୨୦୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧୩୬ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮.୪୬ ଲକ୍ଷରେ ଏବଂ ମୃତ୍ୟୁସଂଖ୍ୟା ୭୯୭୨୨ରେ ପହଞ୍ଚିଛି । ଏବେ ୯୮୬୫୯୮ଟି ମାମଲା ସକ୍ରିୟ ଥିବାବେଳେ ୩୭୮୦୧୦୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁସ୍ଥତା ହାର ୭୭.୮୮ ପ୍ରତିଶତ ଏବଂ ସକ୍ରିୟ ହାର ୨୦.୪୭ ପ୍ରତିଶତ ରହିଛି । ଏହା ସହିତ ମୃତ୍ୟୁହାର ୧.୬୫ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here