Spread the love

ନୂଆଦିଲ୍ଲୀ
୨୦୧୪ ପରଠାରୁ ନିୟନ୍ତ୍ରଣ ରେଖା(ଏଲଓସି), ଅନ୍ତର୍ଜାତୀୟ ସୀମା(ଆଇବି) ଓ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତର ୯୫ ଜଣ ଯବାନ ଶହୀଦ ହୋଇଛନ୍ତି । ପାକିସ୍ତାନ ଓ ଚୀନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ସୀମାରେ ଏହି ଯବାନମାନେ ପ୍ରାଣ ହରାଇଛନ୍ତି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ୭୫ ଜଣ ଓ ଚୀନ ଦ୍ୱାରା ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ମୌସୁମୀ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଦ୍ୱାରା ନିୟନ୍ତ୍ରଣ ରେଖାରେ ହୋଇଥିବା ଅସ୍ତ୍ରବିରତି ଉଲ୍ଳଂଘନ ଯୋଗୁଁ ୨୦୧୬ରେ ୪ ଜଣ, ୨୦୧୭ରେ ୭ ଜଣ, ୨୦୧୮ରେ ୨୩ ଜଣ ଓ ୨୦୨୦ ସେପ୍ଟେମ୍ବର ୧୪ ସୁଦ୍ଧା ୧୯ ଜଣ ଯବାନ ଶହୀଦ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here