Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୯୫୭୩୫ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୧୭୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ଧବ ୪୪୬୫୮୬୪ରେ ଏବଂ ମୃତ୍ୟୁସଂଖ୍ୟା ୭୫୦୬୨ରେ ପହଞ୍ଚିଛି । ଏବେ ୯୧୯୦୧୮ଟି ମାମଲା ସକ୍ରିୟ ଥିବାବେଳେ ୩୪୭୧୭୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିନକରେ ରେକର୍ଡ ୭୨୯୩୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏୂବେ ସୁସ୍ଥତା ହାର ୭୭.୭୭ ପ୍ରତିଶତ ଏବଂ ମୃତ୍ୟୁ ହାର ୧.୬୯ ପ୍ରତିଶତ ରହିଛି । ବର୍ତ୍ତମାନ ମହାରାଷ୍ଟ୍ରରେ ୯୬୭୩୪୯ ଆକ୍ରାନ୍ତ ଏବଂ ୨୭୭୮୭ ମୃତ୍ୟୁ, ଆନ୍ଧ୍‌୍ରରେ ୫୨୭୫୧୨ ଏବଂ ୪୬୩୪, ତାମିଲନାଡୁରେ ୪୮୦୫୨୪ ଏବଂ ୮୦୯୦, କର୍ଣାଟକରେ ୪୨୧୭୩୦ ଏବଂ ୬୮୦୮, ଉତ୍ତରପ୍ରଦେଶରେ ୨୮୫୦୪୧ ଏବଂ ୪୧୧୨, ଦିଲ୍ଲୀରେ ୨୦୧୧୭୪ ଏବଂ ୪୬୩୮, ପଶ୍ଚିମବଙ୍ଗରେ ୧୯୦୦୬୩ ଆକ୍ରାନ୍ତ ଏବଂ ୩୭୩୦ ଜଣଙ୍କୁ ମୃତ୍ୟୁ ହେଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here