Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରେକର୍ଡ ୯୭୮୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥବାବେଳେ ୧୧୩୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ଟପି ୫୧୮୨୫୪ ଏବଂ ମୃତ୍ୟୁସଂଖ୍ୟା ୮୩୧୯୮ରେ ପହଞ୍ଚିଛି । ଏବେ ୧୦୦୯୯୭୬ ଟି ମାମଲା ସକ୍ରିୟ ଥିବାବେଳେ ୪୦୨୫୦୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ମୃତ୍ୟୁହାର ୧.୬୩ ପ୍ରତିଶତ ଏବଂ ସୁସ୍ଥ ହାର ୭୮.୬୪ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ୮୨୭୧୯ ରୋଗୀ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here