1212606617
Spread the love

ନୂଆଦିଲ୍ଲୀ
ମହାମାରୀ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୮୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ୬୮୮୯୮ ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୫୪୮୪୯ରେ ଏବଂ ସଂକ୍ରମିତଙ୍କ ସଂଖ୍ୟା ୨୦୦୫୮୨୪ରେ ପହଞ୍ଚିଛି । ଏବେ ୬୯୨୦୨୮ଟି ମାମଲା ସକ୍ରିୟ ରହିଥିବାବେଳେ ୨୧୫୮୯୪୬(୭୪.୩୦%) ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଗତ ୨୪ ଘଣ୍ଟାରେ ୬୨୨୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ମହାରାଷ୍ଟ୍ରରେ ୬୪୩୨୮୯ ଆକ୍ରାନ୍ତ ଏବଂ ୨୧୩୫୯ ମୃତ୍ୟୁ, ତାମିଲନାଡୁରେ ୩୬୧୪୩୫ ଏବଂ ୬୨୩୯, ଆନ୍ଧ୍ରପ୍ରଦେଶରେ ୩୨୫୩୯୬ ଏବଂ ୩୦୦୧, କର୍ଣାଟକରେ ୨୫୬୯୭୫ ଏବଂ ୪୪୨୯, ଉତ୍ତରପ୍ରଦେଶ ୧୭୨୩୩୪ ଏବଂ ୨୭୩୩, ଦିଲ୍ଲୀରେ ୧୫୭୩୫୪ ଏବଂ ୨୭୩୩ ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here