Spread the love

ନୂଆଦିଲ୍ଲୀ: ପାରାଦ୍ବୀପ ବନ୍ଦର ଅଭିମୁଖେ ଆସୁଥିବା ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ର ଏକ ଜାହାଜରେ ଅଘଟଣ ଦେଖିବାକୁ ମିଳିଛି । ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଏହି ଜାହାଜରେ ନିଆଁ ଲାଗିଯାଇଛି। ଏହି ଜାହଜରେ ୨,୭୦, ୦୦୦ ଟନ୍ ତୈଳ ରହିଥିଲା। ଜାହଜର ନିଆଁ ଲିଭାଇବା ପାଇଁ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରିରହିଛି । ସାହାଯ୍ୟ ଏବଂ ଉଦ୍ଧାର ପାଇଁ ଗୋଟିଏ ବିମାନ ଏବଂ ଦୁଇଟି ନୌସେନା ଜାହାଜ ଯୋଗାଇ ଦିଆଯାଇ ଥିବା ଶ୍ରୀଲଙ୍କା ନୌସେନାର ଜଣେ ମୁଖପାତ୍ର କହିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ପାରାଦ୍ବୀପ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଇଣ୍ଡିଆନ ଅଏଲର ରିଫାଇନେରିରେ ଦୈନିକ ୩୦୦, ୦୦୦ ବାରେଲ୍‌ ତୈଳ ବିଶୋଧନ କରାଯାଏ।

LEAVE A REPLY

Please enter your comment!
Please enter your name here