Spread the love

ମୁମ୍ୱାଇ: ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନୀରବତା ଭାଙ୍ଗିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅତି ନିମ୍ନ ଧରଣର ରାଜନୀତି କରାଯାଉଥିବା ସେ କହିଛନ୍ତି । ମୋ ବାପା ଓ ପରିବାର ଉପରେ ଅନେକ ମିଥ୍ୟା ଅଭିଯୋଗ କରାଯାଉଛି। ଏହା ଆମ ପରିବାରକୁ ବଦନାମ କରିବା ପାଇଁ ଏକ ପ୍ରକାର ରାଜନୈତିକ ଷଡ଼ଯନ୍ତ୍ର ଅଟେ । ମହାରାଷ୍ଟ୍ର ସରକାର କରୋନା ବିରୁଦ୍ଧରେ ନିଜର ଲଢେଇ ଜାରି ରଖିଛି । ଏହା କିଛି ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଯାହା ପାଇଁ ଏଭଳି ପରିସ୍ଥିତି ସେମାନେ ସୃଷ୍ଟି କରୁଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here