Spread the love

ନୂଆଦିଲ୍ଲୀ
ବଲିଉଡ ଅଭିନେତା ଅମୀର ଖାନ ଅଧିକାଂଶ ସମୟରେ ବିବାଦରେ ରହିଥାନ୍ତି । ଏବେ ସେ ନିଜ ଫିଲ୍ମ ଲାଲ ସିଂହ ଚଢାର ସୁଟିଂ ପାଇଁ ତୁର୍କୀରେ ଅଛନ୍ତି । ସେ ଗତକାଲି ତୁର୍କୀର ରାଜଧାନୀ ଇସ୍ତାନବୁଲରେ ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ପତ୍ନୀ ଏମିନେ ଏରୋଡଗାନଙ୍କୁ ଭେଟ କରିଛନ୍ତି । ଏନେଇ ଏରୋଡଗାନ ଏକ ଫଟୋ ସେୟାର କରିଛନ୍ତି । ଏହି ଭେଟକୁ ନେଇ ଅମୀରଙ୍କୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି । ସୂଚନାଯୋଗ୍ୟ ଯେ ତୁର୍କୀ ରାଷ୍ଟ୍ରପତି ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଭାରତ ବିରୋଧରେ ମନ୍ତବ୍ୟ ଦେଇସାରିଛନ୍ତି । ଏହି ଘଟଣାକୁ ଯୋଗୁଁ ଏରୋଡଗାନଙ୍କୁ ଭେଟ କରିବାକୁ ନେଇ ସୋସିଆଲ ମିଡିଆରେ ଅମୀରଙ୍କୁ ସମାଲୋଚନା କରାଯାଉଛି । ଲୋକ ଏହି ମାମଲାକୁ ୨୦୧୮ର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଗସ୍ତକୁ ଯୋଡି ଦେଖୁଛନ୍ତି । ସେହି ସମୟରେ ନେତନ୍ୟାହୁ ବଲିଉଡ ସେଲିବ୍ରିଟିଙ୍କୁ ଭେଟ କରିଥିଲେ । କିନ୍ତୁ ଏଥିରେ ଭାଗ ନେବେ ନାହିଁ ବୋଲି ଶାହାରୁଖ ଖାନ, ଅମୀର ଖାନ ଏବଂ ସଲମାନ ଖାନ ମନା କରିଦେଇଥିଲେ । କିଛି ଲୋକଙ୍କ କହିବା କଥା ଯେ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ସମର୍ଥନ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ମନା କରିଦେଇଥିବାବେଳେ ତୁର୍କୀର ପ୍ରଥମ ମହିଳାଙ୍କ ଅତିଥି ହୋଇ ଅମୀର ଖୁସି ଅଛନ୍ତି ।

LEAVE A REPLY

Please enter your comment!
Please enter your name here