Spread the love

ମୁମ୍ବାଇ : କଙ୍ଗନା ରାନାୱତ ପ୍ରଥମେ କ୍ଷମା ମାଗନ୍ତୁ । ମୁମ୍ବାଇକୁ ମିନି ପାକିସ୍ଥାନ ଭାବେ କହି କଙ୍ଗନା ସମଗ୍ର ମହାରାଷ୍ଟ୍ରକୁ ଅପମାନିତ କରିଛନ୍ତି । କଙ୍ଗନା ଯଦି କ୍ଷମା ପ୍ରାର୍ଥନା କରିବେ ତେବେ ପରବର୍ତ୍ତୀ ଅବସ୍ଥାରେ ସେ ନିଜ କ୍ଷମା ପ୍ରାର୍ଥନା ସଂପର୍କରେ ଚିନ୍ତା କରିବେ ବୋଲି ଶିବସେନା ନେତା ତଥା ଦଳର ପ୍ରବକ୍ତା ଥିବା ସଞ୍ଜୟ ରାଉତ କହିଛନ୍ତି । ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ କଙ୍ଗନା ଓ ଶିବ ସେନା ମଧ୍ୟରେ ଏବେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । କଙ୍ଗନା ନିକଟରେ ପାକ ଅଧିକୃତ କାଶ୍ମୀର ସହ ମୁମ୍ବାଇକୁ ତୁଳନା କରିଥିଲେ । ଏହାପରେ ଏହା ମହାରାଷ୍ଟ୍ରରେ ଘୋର ବିବାଦ ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here