Spread the love

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ଆଉ ଏକ ତଥ୍ୟ ସମ୍ନାକୁ ଆସିଛି । ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଯୁବତୀଙ୍କ ହାତ ଥିବା ଆଦିତ୍ୟଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ତେବେ ଏହାର ପ୍ରତିଉତ୍ତରରେ ମୁହଁ ଖୋଲିଛନ୍ତି ସାଇକୋ ଲେଡି ଚିନ୍ମୟୀ ମହାପାତ୍ର ।ଚୀନ୍ମୟୀଙ୍କ କହିବା ଅନୁସାରେ, ମୁଁ ଆଦିତ୍ୟଙ୍କୁ ପ୍ରେମ କରୁଥିଲି। ଆମ ଭିତରେ ଭଲ ସମ୍ପର୍କ ଥିଲା । ମୁଁ ଆଦିତ୍ୟଙ୍କୁ ଭଲ ପାଉଥିଲି, ତାଙ୍କୁ ଥରେ ଦୁଇ ଥର ଦେଖା କରିଛି। ଆଶ୍ରମ ଯାଇ ତାଙ୍କୁ ଭେଟେ ।ମୁଁ ତାଙ୍କୁ ବିବାହ କରିଥାନ୍ତି, କିନ୍ତୁ ପାରିବାରିକ ସମସ୍ୟା ପାଇଁ ଅଲଗା ହୋଇଗଲୁ। ଆଦିତ୍ୟଙ୍କ ବିବାହ ପରେ ସେ କେବେବି ତାଙ୍କ ସଂପର୍କରେ ଆସିନଥିଲେ । ଅନ୍ୟପଟେ ଚୀନ୍ମୟୀ ସାଇକୋ ଲେଡି ଆକ୍ଷ୍ୟାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଏଥିପାଇଁ ସେ ଆଇନର ଆଶ୍ରୟ ନେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here