Spread the love

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଦ୍ୟାଶ୍ରୀ। ଏହି ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ହେବା ଆବଶ୍ୟକ ଥିବା ନେଇ ସେ ଏକ ମାମଲା ରୁଜୁ କରିଛନ୍ତି । ସୂଚନା ଅନୁସାରେ, ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ବର୍ତ୍ତମାନ ଏହାର ତଦନ୍ତ ସିବିଆଇ ଦ୍ବାରା କରାଯିବାକୁ ସେ ଉକ୍ତ ଆବେଦନରେ ପ୍ରାର୍ଥନା କରିଛନ୍ତି । ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହାକୁ ନେଇ ରହସ୍ୟ ଲାଗି ରହିଛି । ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ଆଜି ଆଦିତ୍ୟଙ୍କ ୩ ସହଯୋଗୀ ପପୁ, ବିକାଶ, ଦୀପୁଙ୍କର ଏହି ଟେଷ୍ଟ କରାଯାଇଛି । ଏନେଇ ଏହି ୩ଜଣଙ୍କୁ ୮୦ଟି ପ୍ରଶ୍ନ ପଚରାଯାଇଛି ।

LEAVE A REPLY

Please enter your comment!
Please enter your name here