Spread the love

ମୁମ୍ବାଇ : ଆଜି ବଲିଉଡର ପ୍ରଚ୍ଛଦପଟ ଗାୟିକା ଅନୁରାଧା ପୌଡ଼ୱାଲଙ୍କ ପୁଅ ଆଦିତ୍ୟ ପୌଡ଼ୱାଲଙ୍କ ନିଧନ ହୋଇଛି ।୩୫ ବର୍ଷ ବୟସରେ ସେ ପ୍ରାଣତ୍ୟାଗ କରିଛନ୍ତି । ସେ ବହୁ ଦିନ ହେଲା କିଡନୀ ରୋଗରେ ପୀଡିତ ଥିଲେ ।ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । କିଡନୀ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ଥିଲେ ।ଆଦିତ୍ୟ ପୌଡ଼ୱାଲ ମଧ୍ୟ ନିଜ ମା’ଙ୍କ ଭଳି ଭଜନ ଓ ଭକ୍ତି ଗୀତ ଗାଉଥିଲେ । ଆଦିତ୍ୟ ପୌଡ଼ୱାଲଙ୍କ ନିଧନ ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here