Spread the love

ନୂଆଦିଲ୍ଲୀ
ଉପକୂଳବର୍ତ୍ତୀ ଦେଶ ୟୁଏଇ ଏବଂ ଇସ୍ରାଏଲ ମଧ୍ୟେରେ ମଙ୍ଗଳବାର ଐତିହାସିକ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହା ସହିତ ଦୁଇ ଦେଶ ମଧ୍ୟରେ ସମ୍ପରର୍କ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଏହି ଐତିହାସିକ ବୁଝାମଣାରେ ଦୁଇ ଦେଶ ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣା ଅନୁସାରେ ତଟୀୟ ଦେଶଗୁଡ଼ିକ ଇସ୍ରାଏଲ ସହିତ ସଂପର୍କକୁ ସାମାନ୍ୟ କରିବାକୁ ମାନ୍ୟତା ଦେଇଛି । ଏହି ଚୁକ୍ତିର ନାମ ଅବ୍ରାହମ ଦିଆଯାଇଛି ।ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏହା ପଶ୍ଚିମ ଏସିଆରେ ନୂଆ ବ୍ୟବସ୍ଥାର ସୂତ୍ର ହେବା ସହିତ ରାଷ୍ଟ୍ରପତି ନିର୍ବାଚନ ଲାଗି ଏକ ବଡ଼ ଭୂମିକା ନେବ । ୟୁଏଇ ଓ ବାହାରୀନ ଏବେ ତୃତୀୟ ଓ ଚତୁର୍ଥ ଦେଶ ହୋଇଯାଇଛନ୍ତି, ଯେଉଁମାନେ ୧୯୪୮ରେ ପ୍ରତିଷ୍ଠା ହୋଇଥିବା ଇସ୍ରାଏଲକୁ ମାନ୍ୟତା ଦେଇଛି । ପୂର୍ବରୁ କେବଳ ମିସର ଓ ଜୋର୍ଡାନ ୧୯୭୮ ଓ ୧୯୯୪ରେ ଏହାକୁ ମାନ୍ୟତା ଦେଇଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ବି ପାଲେଷ୍ଟାଇନର ବିବାଦ ଶେଷ ହୋଇପାରି ନାହିଁ । ତେଣୁ ପାଲେଷ୍ଟାଇନ ସହ ସେମାନେ କୌଣସି ସଂପର୍କ ରଖିପାରିବେ ନାହିଁ ।ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ୟୁଏଇ ଏବଂ ବାହାରୀନ ପ୍ରତିନିଧିତ୍ୱ ଭିନ୍ନ ଭିନ୍ନ ବୁଝାମଣା ନେଇ ଦସ୍ତଖତ କରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ବୁଝାମଣାକୁ ସ୍ୱାଗତ କରି ଏହାକୁ ଏକ ଐତିହାସିକ ଦିନ ଏବଂ ଶାନ୍ତି ପାଇଁ ନୂଆ ସକାଳ ବୋଲି କହିଛନ୍ତି। କିନ୍ତୁ ପାଲେଷ୍ଟାଇନ ଏହି ବୁଝାମଣାକୁ ତୀବ୍ର ନିନ୍ଦା କରିଛି ।

LEAVE A REPLY

Please enter your comment!
Please enter your name here