Spread the love

ଭୁବନେଶ୍ୱର
ରାଜ୍ୟ ସରକାର ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସରୂ ଦେଇଛନ୍ତି । ଏବେ କୋରାପୁଟର ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ପାଳି ପଡିଛି । ସୂଚନାଯୋଗ୍ୟ ଯେ ଜୁଲାଇ ୨ରେ ପ୍ରଦୀପଙ୍କ ଗାଡିରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା ଜବତ କରିଥିଲା । ସେହିଦିନ ମଧ୍ୟ ତାଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । ଏହା ସହିତ ତାଙ୍କୁ ନିଲମ୍ବନ କରାଯାଇଥିଲା ଏବଂ ଭିଜିଲାନ୍ସ ମଧ୍ୟ ରିମାଣ୍ଡରେ ନେଇଥିଲା । ଏହା ବ୍ୟତୀତ ତାଙ୍କ ଘରେ ଚଢଉ କରାଯାଇ ୩.୫ କୋଟି ଟଙ୍କାର ମଧ୍ୟ ସମ୍ପତ୍ତି ଠାବ କରାଯାଇଥିଲା । ଏହା ପୂର୍ବରୁ ସରକାର ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here