Spread the love

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ ତାରିଖରୁ ପୁଣି ସୁରତକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଏୟାର ଇଣ୍ଡିଆ ପକ୍ଷରୁ ସପ୍ତାହର ଦୁଇ ଦିନ ଅର୍ଥାତ ସୋମବାର ଓ ବୁଧବାର ଦିନ ଏହି ବିମାନ ସେବା ଯୋଗାଇ ଦିଆଯିବ ।ବିମାନଟି ସୁରତରୁ ଅପରାହ୍ନ ସାଢେ ୩ଟାରେ ବାହାରି ୫ଟା ୨୦ରେ ଭୁବନେଶ୍ବର ପହଁଚିବ । ଭୁବନେଶ୍ବରରୁ ୪ଟା ୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଁଚିବ ।ଗତବର୍ଷ ଭୁବନେଶ୍ବରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା । କିନ୍ତୁ କୋଭିଡ ପାଇଁ ଏହି ବିମାନ ଚଳାଚଳ ବନ୍ଦ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here