Spread the love

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଗତ ୧୫ ତାରିଖ ରାତିରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଭାରତର ଜଣେ କଲୋନେଲଙ୍କ ସହ ୨୦ ଜବାନ ପ୍ରାଣ ହରାଇବା ପରେ କେନ୍ଦ୍ର ସରକାର ସେ ସମ୍ପର୍କରେ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି । ଚୀନର ଏତାଦୃଶ କାର୍ଯ୍ୟ ଯୋଗୁ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚୀନ ସାମଗ୍ରୀ ବର୍ଜନ କରିବାକୁ ବ୍ୟବସାୟୀ ମହାସଂଘ ସହ ବିଭିନ୍ନ ମହଲରୁ ଦାବି ଉଠିଛି । ଆଜି ସର୍ବଦଳୀୟ ବୈଠକରେ ଦେଶର ସମସ୍ତ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ ଆଲୋଚନା କରି ସମସ୍ତ ପ୍ରସଙ୍ଗରେ ନିଷ୍ପତ୍ତି ନେବେ ।

LEAVE A REPLY

Please enter your comment!
Please enter your name here