Spread the love

ଭୁବନେଶ୍ବର : ବିଧାନସଭା ଅଧିବେଶନ ପରିଚାଳନା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।ବିଧାନସଭା ପୂର୍ବରୁ ସବୁ ବିଧାୟକ ଓ ଷ୍ଟାଫଙ୍କର କରୋନା ଟେଷ୍ଟ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯେବେ ବିଧାନସଭା ବସିବ ,ତାର ଦୁଇଦିନ ପୂର୍ବରୁ କରୋନା ଟେଷ୍ଟ କରାଯିବ ।ବିଧାନସଭାରେ ସ୍ବତନ୍ତ୍ର କାଉଣ୍ଟର ହୋଇ ଆରଟି-ପିସିଆରରେ ଟେଷ୍ଟ କରାଯିବ । ବିଧାନସଭାର ୫ଦିନ ପରେ ବିଧାୟକମାନଙ୍କର ରାପିଡ ଟେଷ୍ଟ କରାଯିବ ।ସେଭଳି ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସର ମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ ।

LEAVE A REPLY

Please enter your comment!
Please enter your name here