Spread the love

ନୂଆଦିଲ୍ଲୀ : ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିଥିଲେ । ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପକ୍ଷରୁ ଏକ ସ୍ବତନ୍ତ୍ର ଆଣ୍ଟି ଡ୍ରୋନ୍ ସିଷ୍ଟମର ବ୍ୟବସ୍ଥା କରାଯାଇଥିଲା । ଆଣ୍ଟି-ଡ୍ରୋନ୍ ସିଷ୍ଟମ ଡ୍ରୋନ୍ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିବ। ଏହି ଛୋଟ ଡ୍ରୋନଗୁଡିକ ୩ କିମି ବ୍ୟବଧାନରେ ଆସୁଥିବା ବିପଦକୁ ଲେଜର ସାହାର୍ଯ୍ୟ ରେ ରୋକିଥାଏ । ଏହି ଡ୍ରୋନ୍ ଜାମିଙ୍ଗ କମାଣ୍ଡ ମାଧ୍ୟମରେ ମାଇକ୍ରୋ ଡ୍ରୋନକୁ ତଳକୁ ଖସାଇପାରେ କିମ୍ବା ଲେଜର-ଗାଇଡ୍ ଶକ୍ତି ୱାରହେଡ୍ ମାଧ୍ୟମରେ ଡ୍ରୋନର ଇଲେକ୍ଟ୍ରୋନିକ୍ସ ଉପକରଣକୁ ନଷ୍ଟ କରିପାରେ। ଆଣ୍ଟି-ଡ୍ରୋନ୍ ସିଷ୍ଟମଗୁଡିକ ୩ କିମି ପର୍ଯ୍ୟନ୍ତ ମାଇକ୍ରୋ ଡ୍ରୋନ୍ ଚିହ୍ନଟ କରିପାରିବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ପାଇଁ ଲଗା ଯାଇଥିଲା

LEAVE A REPLY

Please enter your comment!
Please enter your name here