Spread the love

ଭୁବନେଶ୍ୱର
ପ୍ରତି ପଞ୍ଚାୟତରେ ହେବାକୁ ଥିବା କୋଭିଡ କେୟାର ହୋମ ପାଇଁ ଏଏନଏମ ନିଯୁକ୍ତି ହେବ । ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ଏଏନଏମକୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ । ପ୍ରାୟ ୭ ହଜା ଏଏନଏମଙ୍କ ନିଯୁକ୍ତି ଲାଗ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯଦି ଆବଶ୍ୟକ ତାଲିମପ୍ରାପ୍ତ ଏଏନଏମ ନମିଳିବେ ତେବେ ନର୍ସ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି କରାଯିବ । ଏ ନେଇ ଏଏନଏମ, ନର୍ସ ଏବଂ ଫାର୍ମାସିଷ୍ଟଙ୍କ ପ୍ରାପ୍ୟ ବିଷୟରେ ମଧ୍ୟ ପ୍ରକାଶ କରାଯାଇଛି । ଏଏନଏମଙ୍କୁ ଦୈନିକ ୮୫୦ ଟଙ୍କା ଏବଂ ନର୍ସ ର୍ଫାର୍ମାସିଷ୍ଟଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏମାନଙ୍କୁ ତିନି ମାସ ପାଇଁ ନିଯୁକ୍ତି ଦିଆଯିବ ।

LEAVE A REPLY

Please enter your comment!
Please enter your name here