Spread the love

ଭୁବନେଶ୍ୱର: ଓଡ଼ିଶାରେ ଆଜି ଆଉ ୧୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲାର ଜଣେ ୫୭ ବର୍ଷିୟ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପିଡିତ ଥାଇ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଆଜି ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ ଜିଲ୍ଲାର ଜଣେ ୫୭ ବର୍ଷିୟା ପୁରୁଷ, ଭୁବନେଶ୍ୱରର ୬୨ ବର୍ଷିୟ ପୁରୁଷ ଓ ୫୭ ବର୍ଷିୟ ମହିଳାଙ୍କର ମଧ୍ୟ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପିଡିତ ଥାଇ କୋରନା ରୋଗରେ ମୃତ୍ୟୁ ଘଟିଛି । ସେହିପରି ଗଞ୍ଜାମ ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି ସେଥିମଧ୍ୟରୁ ଜଣେ ୬୩ ବର୍ଷିୟ ମହିଳା, ୩୫ ଓ ୫୬ ବର୍ଷିୟ ପୁରୁଷ । ସେହିପରି ଜଗତସିଂହପୁରରୁ ୯୦ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ, ପୁରୀର ୫୨ ବର୍ଷିୟ ପୁରୁଷ, ରାୟଗଡାର ୬୪ ବର୍ଷିୟ ପୁରୁଷ ସମ୍ବଲପୁରର ଜଣେ ୫୮ ବର୍ଷିୟ ମହିଳାଙ୍କର କୋଭିଡ-୧୯ରେ ପରଲୋକ ଘଟିଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here